ସର୍ବୋତ୍ତମ ଫ୍ଲୋରିଂ ବାଛିବା ପାଇଁ ଏକ

ତ୍ୱରିତ ମାର୍ଗଦର୍ଶିକା

ମାର୍ଚ୍ଚ 25, 2019

ଫ୍ଲୋର୍ ବା ଚଟାଣ ହେଉଛି ଆପଣଙ୍କ ଘର ଅଭ୍ୟନ୍ତରର ଏକ ଆଧାରଭୂତ ଅଂଶ । ଠିକ୍ ଫ୍ଲୋରିଂ ପାଇଁ ଏଠାରେ କେତୋଟି ଟିପ୍‌ସ ଦିଆଗଲା ।

ଆପଣ ନିଜର ଟାଇଲଗୁଡ଼ିକୁ ବିଚାଇବା ପୂର୍ବରୁ, ଚଟାଣଟି ଶକ୍ତ ଓ ସମତଳ ଅଛି ଏହା ସୁନିଶ୍ଚିତ କରିନିଅନ୍ତୁ । ଧ୍ୟାନରେ ରଖନ୍ତୁ ଯେ, ଫ୍ଲୋର୍ ବିଛାଇବା ପରେ, ଏହାକୁ ଆପଣ ପ୍ରଥମ ସପ୍ତାହ ପାଇଁ ନ ଧୋଇବା ଉଚିତ୍ ।

ଆଦର୍ଶ ଭାବେ, ଜଣେ ଅଭିଜ୍ଞ ଇଣ୍ଟେରିୟର୍ ଡିଜାଇନର୍ ଆପଣଙ୍କୁ ଆପଣଙ୍କ ଫ୍ଲୋର୍ ପ୍ଲାନିଂରେ ସାହାଯ୍ୟ କରିପାରିବେ । ପରବର୍ତ୍ତୀ ସର୍ବୋତ୍ତମ ଉପାୟ ହେଉଛି, ଆପଣଙ୍କ ଆକ୍ଟିଟେକ୍ଟ କିମ୍ବା ଠିକାଦାରଙ୍କ ସହିତ ଏ ବିଷୟରେ ଆଲୋଚନା କରିବା ।

ଫ୍ଲୋରିଂ ପାଇଁ ମୁଖ୍ୟତଃ ଚାରିଟି ପସନ୍ଦ ରହିଥାଏ - କାଠ, ଗ୍ରାନାଇଟ୍, ମାର୍ବଲ, ଏବଂ ଭିଟ୍ରିଫାଏଡ୍ । ଆପଣଙ୍କ କୋଠରୀର କାମ କ’ଣ, ସେ ଆଧାରରେ ଆପଣଙ୍କ ଫ୍ଲୋରିଂକୁ ଆଡଜଷ୍ଟ କରାଯାଇପାରିବ । ଉଦାହରଣସ୍ୱରୂପ, ଆପଣଙ୍କ ବାଥରୁମ୍ ପାଇଁ ମାର୍ବଲ ଏକ ଭଲ ବିକଳ୍ପ ହୋଇଥିବାବେଳେ, ରୋଷେଇ ଘର ପାଇଁ ଗ୍ରାନାଇଟ୍ ସର୍ବୋପଯୁକ୍ତ ହୋଇଥାଏ ।

ଫ୍ଲୋର୍ ବିଛାଇବା ପରେ, ସୁନିଶ୍ଚିତ କରିନିଅନ୍ତୁ ଯେ ସେଥିରେ କୌଣସି ଫାଙ୍କ ନାହିଁ । ଆପଣଙ୍କ ଫ୍ଲୋର୍ ଅନେକ ଘାତ ପ୍ରତିଘାତର ସମ୍ମୁଖୀନ ହେବ, ସେଇଥିପାଇଁ ସୌନ୍ଦର୍ଯ୍ୟ ପାଇଁ ଆପଣ ଯେତିକି ଧ୍ୟାନ ଦିଅନ୍ତି, ଦୀର୍ଘସ୍ଥାୟିତା ପାଇଁ ମଧ୍ୟ ସେତିକି ଧ୍ୟାନ ଦିଆଯିବା ଉଚିତ୍ ।


ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ