Mr. Kumar Mangalam Birla

ଶ୍ରୀଯୁକ୍ତ କୁମାର ମଙ୍ଗଳମ ବିର୍ଲା

ଅଧ୍ୟକ୍ଷ,

ଅଲଟ୍ରାଟେକ୍ ସିମେଣ୍ଟ ଲିମିଟେଡ୍ ।

ଶ୍ରୀଯୁକ୍ତ କୁମାର ମଙ୍ଗଳମ ବିର୍ଲା ଆଦିତ୍ୟ ବିର୍ଲା ଗ୍ରୁପ୍ ର ଅଧ୍ୟକ୍ଷ ଅଟନ୍ତି ।

ସେ ଭାରତ ଓ ବିଶ୍ୱରେ ସମୂହର ସମସ୍ତ ପ୍ରମୁଖ କମ୍ପାନୀଗୁଡ଼ିକ ବୋର୍ଡର ଅଧ୍ୟକ୍ଷତା କରନ୍ତି । ବୈଶ୍ୱିକ କମ୍ପାନୀଗୁଡ଼ିକର ଏହି କ୍ଲଚ୍ ରେ ନୋଭେଲିସ୍, କଲମ୍ବିଆନ୍ କେମିକାଲ୍ସ, ଆଦିତ୍ୟ ବିର୍ଲା ମିନେରାଲ୍ସ, ଆଦିତ୍ୟ ବିର୍ଲା କେମିକାଲ୍ସ, ଥାଇ କାର୍ବନ୍ ବ୍ଲକ୍, ଆଲେକ୍ସାଣ୍ଡ୍ରିଆ କାର୍ବନ ବ୍ଲାକ୍, ଡୋମ୍ସଜୋ ଫାବ୍ରିକର ଏବଂ ଟେରେସ୍ ବେ’ ପଲ୍ପ ମିଲ୍ ଅନ୍ତର୍ଭୁକ୍ତ । ଭାରତରେ ସେ ହିଣ୍ଡାଲକୋ, ଗ୍ରାସିମ, ଅଲଟ୍ରାଟେକ୍, ଭୋଡାଫୋନ୍ ଆଇଡିଆ ଏବଂ ଆଦିତ୍ୟ ବିର୍ଲା କ୍ୟାପିଟାଲ ଲିମିଟେଡ୍ ବୋର୍ଡର ଅଧ୍ୟକ୍ଷତା କରନ୍ତି ।

ସମୂହର ବ୍ୟବସାୟଗୁଡ଼ିକ ବିଭିନ୍ନ ଧରଣର ଉଦ୍ୟୋଗ କ୍ଷେତ୍ରରେ ବ୍ୟାପ୍ତ ଅଟେ । ଏହା ମଧ୍ୟରେ ଆଲୁମିନିୟମ୍, ତମ୍ବା, ସିମେଣ୍ଟ, କପଡ଼ା (ପଲ୍ପ, ଫାଇବର, ସୂତା, କପଡ଼ା ଏବଂ ବ୍ରାଣ୍ଡେଡ୍ ପରିଧାନ), କାର୍ବନ୍ ବ୍ଲାକ୍, ଇନସୁଲେଟର୍, ପ୍ରାକୃତିକ ସମ୍ପଦ, ସୌରଶକ୍ତି, କୃଷି-ବ୍ୟବସାୟ, ଟେଲିକମ୍ୟୁନିକେଶନ୍, ବିତ୍ତୀୟ ସେବା, ରିଟେଲ୍ ଓ ଟ୍ରେଡିଂ ଅନ୍ତର୍ଭୁକ୍ତ ।

ବ୍ୟବସାୟ ରେକର୍ଡ

ନିଜ ପିତାଙ୍କ ଅକାଳ ବିୟୋଗ ପରେ, ଶ୍ରୀଯୁକ୍ତ ବିର୍ଲା 1995ରେ, 28 ବର୍ଷ ବୟସରେ ସମୂହର ଅଧ୍ୟକ୍ଷ ପଦର ଭାର ସମ୍ଭାଳିଥିଲେ । ଅଧ୍ୟକ୍ଷ ଭାବେ, ଶ୍ରୀ ବିର୍ଲା ଆଦିତ୍ୟ ବିର୍ଲା ଗ୍ରୁପ୍ କୁ ଅଭିବୃଦ୍ଧି ଅଭିମୁଖେ ମାର୍ଗରେ ଅବସ୍ଥାପିତ କରାଇପାରିଛନ୍ତି । ସମୂହର ମଙ୍ଗ ଧରିବାର 24 ବର୍ଷ ଅବଧିରେ, ସେ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଛନ୍ତି, ଯୋଗ୍ୟତାକୁ ସ୍ୱୀକୃତି ଦେଉଥିବା ପ୍ରଣାଳୀ ଗଠନ କରିଛନ୍ତି ଏବଂ ହିତଧାରକଙ୍କ ମୂଲ୍ୟାଙ୍କକୁ ବୃଦ୍ଧି କରିଛନ୍ତି ।

ଏହି ପ୍ରକ୍ରିୟାରେ, ସେ 1995ରେ ସମୂହର କାରବାରକୁ 2 ବିଲିୟନ୍ ଆମେରିକୀୟ ଡଲାରରୁ ବୃଦ୍ଧିକରି ବର୍ତ୍ତମାନ 48.3 ବିଲୟନ୍ ୟୁଏସ୍ ଡଲାରରେ ପହଞ୍ଚାଇପାରିଛନ୍ତି ।  ସମୂହ ଯେଉଁସବୁ କ୍ଷେତ୍ରରେ ସଞ୍ଚାଳିତ ହେଉଛି, ସେଥିରେ ବୈଶ୍ୱିକ/ରାଷ୍ଟ୍ରୀୟ ନେତା ରୂପେ ଅଭ୍ୟୁଦୟ ହେବା ପାଇଁ ଶ୍ରୀ ବିର୍ଲା ବିଭିନ୍ନ ବ୍ୟବସାୟର ଢାଞ୍ଚାର ପୁନର୍ଗଠନ କରିଛନ୍ତି । ସେ 20 ବର୍ଷରେ ଭାରତ ଓ ବିଶ୍ୱ ସ୍ତରରେ 36 ଗୋଟି ଅଧିଗ୍ରହଣ କରିଛନ୍ତି, ଯାହା ଭାରତରେ କୌଣସି ଭାରତୀୟ ବହୁରାଷ୍ଟ୍ରୀୟ କମ୍ପାନୀ ଦ୍ୱାରା କରାଯାଇଥିବା ସର୍ବୋଚ୍ଚ ଅଧିଗ୍ରହଣ ଅଟେ ।

କୌଣସି ଭାରତୀୟ କମ୍ପାନୀ ଦ୍ୱାରା କରାଯାଇଥିବା ସବୁଠାରୁ ବଡ଼ ଅଧିଗ୍ରହଣ, 2007ରେ ଧାତୁ ବ୍ୟବସାୟରେ ସମ୍ପୃକ୍ତ ପ୍ରମୁଖ ବୈଶ୍ୱିକ କମ୍ପାନୀ ମଧ୍ୟରୁ ଅନ୍ୟତମ - ନୋଭେଲିସ୍ ର ଅଧିଗ୍ରହଣ ଦ୍ୱାରା, ଭାରତୀୟ କମ୍ପାନୀଗୁଡ଼ିକ ପାଇଁ ସମ୍ମାନର ନବୀନ ଭାବନା ଉଦୟ ହୋଇଛି ଏବଂ ଏହାଦ୍ୱାରା ଦେଶ ପ୍ରତି ଉଚ୍ଚସ୍ତରୀୟ ରୁଚିର ବିକାଶ ମଧ୍ୟ ହୋଇଛି । ଏହା ପରେ ଯୁକ୍ତରାଷ୍ଟ୍ର ଆମେରିକା ଭିତ୍ତିକ କମ୍ପାନୀ ଏବଂ ବିଶ୍ୱର ତୃତୀୟ ସବୁଠାରୁ ବଡ଼ କାର୍ବନ ବ୍ଲାକ୍ ବିନିର୍ମାତା କମ୍ପାନୀ କଲମ୍ବିଆନ୍ କେମିକାଲ୍ସର ଅଧିଗ୍ରହଣ ଦ୍ୱାରା ଏହି ସମୂହକୁ ବର୍ତ୍ତମାନ ନିଜର ପର୍ଯ୍ୟାପ୍ତ ଆକାରର କାର୍ବନ ବ୍ଲାକ୍ ସଞ୍ଚାଳନ ଦୃଷ୍ଟିରୁ ଏହି କ୍ଷେତ୍ରରେ ପ୍ରଥମ ସ୍ଥାନର ପ୍ରତିଭାଗୀ ରୂପେ ପ୍ରତିଷ୍ଠା କରାଯାଇଛି । ସେହିଭଳି, ଅଗ୍ରଣୀ ସ୍ୱିଡିଶ୍ ବିଶେଷଜ୍ଞତା ପ୍ରାପ୍ତ ପଲ୍ପ ବିନିର୍ମାତା, ଡୋମ୍ସଜୋ ଫାବ୍ରିକରର ଅଧିଗ୍ରହଣ, ସମୂହର ପଲ୍ପ ଏବଂ ଫାଇବର ବ୍ୟବସାୟକୁ ନିଜର ସ୍ଥିତିକୁ ଆହୁରି ସୁଦୃଢ଼ କରିବାରେ ସକ୍ଷମ କରିଛି । ଜର୍ମାନୀରେ ସିଟିପି ଜିଏମବିଏଛ୍ - କେମିକାଲ୍ସ ଏଣ୍ଡ ଟେକ୍ନୋଲୋଜିସ୍ ଫର୍ ପଲିମର୍ସର ଅଧିଗ୍ରହଣ ଆଉ ଏକ ମାଇଲଖୁଣ୍ଟ ଥିଲା ।

ନିକଟ ଅତୀତରେ, ଶ୍ରୀ ବିର୍ଲା ଆମର ସମୂହ କମ୍ପାନୀ ନୋଭେଲିସ୍ ମାଧ୍ୟମରେ, ଯୁକ୍ତରାଷ୍ଟ୍ର ଆମେରିକାର ଏକ ପ୍ରମୁଖ ଧାତୁ କମ୍ପାନୀ - ଏଲେରିସ୍ କୁ ଅଧିଗ୍ରହଣ କରିବା ପାଇଁ 2.6 ବିଲିୟନ୍ ଡଲାରର ବିଡ୍ ଉପସ୍ଥାପନ କରିଥିଲେ ।

ଏହା ବ୍ୟତୀତ, ଶ୍ରୀଯୁକ୍ତ ବିର୍ଲା କାନାଡ଼ା, ଚାଇନା, ଇଣ୍ଡୋନେସିଆରେ ବିନିର୍ମାଣ କାରଖାନା ଏବଂ ଅଷ୍ଟ୍ରେଲିଆରେ ଖଣିଗୁଡ଼ିକର ଅଧିଗ୍ରହଣ କରିବା ସହିତ ଇଜିପ୍ଟ, ଥାଇଲାଣ୍ଡ ଓ ଚାଇନାରେ ନୂଆ କାରଖାନାମାନ ସ୍ଥାପନ କରିଛନ୍ତି । ଏହା ସହିତ, ସେ ସମୂହନର ସମସ୍ତ ବିନିର୍ମାଣ ଏକକଗୁଡ଼ିକରେ କ୍ଷମତାର ବିସ୍ତାର କରିଛନ୍ତି ।

ଭାରତରେ ମଧ୍ୟ, ସେ ଅନେକ ବଡ଼ ବଡ଼ ଅଧିଗ୍ରହଣ କରିଛନ୍ତି, ଯାହା ମଧ୍ୟରେ ସବୁଠାରୁ ଉଲ୍ଲେଖନୀୟ ହେଉଛି ଲାର୍ସନ୍ ଏଣ୍ଡ ଟୁବ୍ରୋ, ଆଲକାନ୍ ତରଫରୁ ଇନ୍ଦଲ, କୋଟ୍ସ ଭିୟେଲା ତରଫରୁ ମଦୁରା ଗାର୍ମେଣ୍ଟସ୍, କନୋରିଆ କେମିକାଲ୍ସ ଏବଂ ସୋଲାରିସ୍ ସିମେଣ୍ଟଟେକ୍ ଇଣ୍ଡଷ୍ଟ୍ରିଜ୍ ର କ୍ଲୋର୍ ଆଲକାଲୀ ଡିଭିଜନ ।

ଶ୍ରୀଯୁକ୍ତ ବିର୍ଲାଙ୍କ ଦ୍ୱାରା ସମ୍ପାଦିତ ସବୁଠାରୁ ସଦ୍ୟତମ ଭୋଡ଼ାଫୋନ୍ ଓ ଆଇଡିଆର ସମ୍ମିଶ୍ରଣ ଦ୍ୱାରା ଭାରତରେ ସବୁଠାରୁ ବଡ଼ ଓ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ଟେଲିକମ୍ ଅପରେଟର ସୃଷ୍ଟି ହୋଇଛି ।

ତାଙ୍କ ନେତୃତ୍ୱ ଅଧୀନରେ, ଆଦିତ୍ୟ ବିର୍ଲା ଗ୍ରୁପ୍ ଯେଉଁ ସବୁ ପ୍ରମୁଖ କ୍ଷେତ୍ରରେ ସଞ୍ଚାଳିତ ହେଉଛି ସେ ସମସ୍ତ କ୍ଷେତ୍ରରେ ନେତୃତ୍ୱ ସ୍ଥିତି ପ୍ରାପ୍ତ କରିପାରିଛି । ଏହି ବର୍ଷଗୁଡ଼ିକରେ, ଶ୍ରୀଯୁକ୍ତ ବିର୍ଲା 42 ଗୋଟି ଭିନ୍ନ ଜାତୀୟତାର 120,000 କର୍ମଚାରୀଙ୍କ ଅସାଧାରଣ କାର୍ଯ୍ୟବଳ ବିଶିଷ୍ଟ ଅତ୍ୟନ୍ତ ସଫଳ ଏବଂ ଗୁଣବତ୍ତାପୂର୍ଣ୍ଣ ସଂଗଠନର ନିର୍ମାଣ କରିଛନ୍ତି ।  ଆଦିତ୍ୟ ବିର୍ଲା ସମୂହକୁ ଏଓନ୍ ହେୱିଟ୍, ଫର୍ଚ୍ୟୁନ୍ ପତ୍ରିକା ଏବଂ ଆରବିଏଲ୍ (ଏକ ରଣନୀତିକ ମାନବ ସମ୍ବଳ ଏବଂ ନେତୃତ୍ୱ ଉପଦେଷ୍ଟା ସଂସ୍ଥା) ଦ୍ୱାରା ସଞ୍ଚାଳିତ ‘ନେତୃତ୍ୱକର୍ତ୍ତା ସୃଷ୍ଟି କରୁଥିବା ଶୀର୍ଷ କମ୍ପାନୀ’ ଅଧ୍ୟୟନ 2011ରେ ବିଶ୍ୱରେ ଚତୁର୍ଥ ଓ ଏସିଆ ପ୍ରଶାନ୍ତରେ ପ୍ରଥମ ସ୍ଥାନ ପ୍ରାପ୍ତ ହୋଇଛି ।  ସମୂହ ନୀଲସନ୍ ର କର୍ପୋରେଟ୍ ଇମେଜ୍ ମନିଟର 2014-15ରେ ଶୀର୍ଷ ସ୍ଥାନ ଅଧିକାର କରିବା ସହିତ ଲଗାତର ତୃତୀୟ ବର୍ଷ ପାଇଁ ପ୍ରଥମ ସ୍ଥାନ ଅଧିକାର କରିଥିବା ‘ନିଜ ଶ୍ରେଣୀରେ ସର୍ବଶ୍ରେଷ୍ଠ’ ଭାବେ ଉଭା ହୋଇଛି । ସମୂହ 2018ରେ ପୁଣିଥିରେ ସମ୍ମାନଜନକ ଏଓନ୍- ହେୱିଟ୍ ଦ୍ୱାରା ‘ଭାରତରେ କାମ କରିବା ପାଇଁ ସର୍ବୋତ୍ତମ ନିଯୋକ୍ତା’ର ସ୍ୱୀକୃତି ପାଇଛି ।

ବିଭିନ୍ନ ନିୟାମକ ନିକାୟଗୁଡ଼ିକରେ ପ୍ରମୁଖ ଦାୟିତ୍ୱସମ୍ପନ୍ନ ପଦବୀରେ

ଶ୍ରୀଯୁକ୍ତ ବିର୍ଲା ଅନେକ ନିୟାମକ ଏବଂ ବୃତ୍ତିଗତ ବୋର୍ଡର ଅନେକ ମହତ୍ତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି । ସେ ଭାରତୀୟ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ନିର୍ଦ୍ଦେଶକ ମଣ୍ଡଳୀରେ ନିର୍ଦ୍ଦେଶକ ଥିଲେ । ସେ କମ୍ପାନୀ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଗଠିତ ଉପଦେଷ୍ଟା କମିଟିର ଅଧ୍ୟକ୍ଷ ରହିବା ସହିତ ବାଣିଜ୍ୟ ଓ ଉଦ୍ୟୋଗ ଉପରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଉପଦେଷ୍ଟା ପରିଷଦରେ ମଧ୍ୟ ସେବାରତ ରହିଛନ୍ତି ।

ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (SEBI)ର କର୍ପୋରେଟ୍ ଶାସନ କମିଟିର ଅଧ୍ୟକ୍ଷ ଭାବେ ସେ ‘କର୍ପୋରେଟ୍ ଶାସନ ଉପରେ କୁମାର ମଙ୍ଗଳମ ବିର୍ଲା କମିଟିର ରିପୋର୍ଟ’ ଶୀର୍ଷକ ପ୍ରଥମ କର୍ପୋରେଟ୍ ଶାସନ ରିପୋର୍ଟ ଲେଖିଥିଲେ । ଉକ୍ତ ରିପୋର୍ଟର ସୁପାରିସଗୁଡ଼ିକ ଯୁଗାନ୍ତକାରୀ ହେବା ସହିତ ତାହା କର୍ପୋରେଟ୍ ଶାସନ ମାନଦଣ୍ଡର ଆଧାରରେ ପରିଣତ ହୋଇଛି । ଏହା ଅତିରିକ୍ତ, ପ୍ରଶାସନିକ ଏବଂ ଆଇନଗତ ସରଳୀକରଣ ଉପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟବଳର ସଂଯୋଜକ ଭାବେ, ନିଜର ରିପୋର୍ଟରେ ତାଙ୍କ ଦ୍ୱାରା କରାଯାଇଥିବା ବ୍ୟାପକ ସୁପାରିସଗୁଡ଼ିକ ସାମଗ୍ରିକ ରୂପେ କାର୍ଯ୍ୟାନ୍ୱିତ କରାଯାଇଛି । ଶ୍ରୀ ବିର୍ଲା ଇନସାଇଡର୍ ଟ୍ରେଡିଂ ଉପରେ SEBI ଦ୍ୱାରା ଗଠିତ କମିଟିର ଅଧ୍ୟକ୍ଷ ରୂପେ ମଧ୍ୟ କାର୍ଯ୍ୟ କରିଛନ୍ତି, ଯାହା ଭାରତୀୟ କର୍ପୋରେଟ୍ କମ୍ପାନୀଗୁଡ଼ିକ ପାଇଁ କର୍ପୋରେଟ୍ ଶାସନ ସିଦ୍ଧାନ୍ତଗୁଡ଼ିକ ପ୍ରସ୍ତୁତ କରିଛି ।

ସେ ଜାତୀୟ ଭାରତୀୟ ଉଦ୍ୟୋଗ ମହାସଂଘ ପରିଷଦ ଏବଂ ଆସୋସିଏଟେଡ୍ ଚାମ୍ବର୍ ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରି ଅଫ୍ ଇଣ୍ଡିଆର ଶୀର୍ଷ ଉପଦେଷ୍ଟା ପରିଷଦରେ ମଧ୍ୟ ଅଛନ୍ତି ।

ଶିକ୍ଷାନୁଷ୍ଠାନଗୁଡ଼ିକରେ ବୋର୍ଡରେ

ଶ୍ରୀ ବିର୍ଲା ଶିକ୍ଷାନୁଷ୍ଠାନଗୁଡ଼ିକ ସହିତ ନିବିଡ଼ ଭାବେ ଜଡ଼ିତ । ସେ ଖ୍ୟାତନାମା ବିର୍ଲା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଏଣ୍ଡ ସାଇନ୍ସେସ୍ (ବିଟ୍ସ)ର ଚାନ୍ସେଲର୍ ଅଟନ୍ତି, ଯାହାର ପରିସର ପିଲାନୀ, ଗୋଆ, ହାଇଦ୍ରାବାଦ ଓ ଦୁବାଇଠାରେ ଅବସ୍ଥିତ ।

ଶ୍ରୀ ବିର୍ଲା, ଆଇଆଇଏମ୍, ଅହମ୍ମଦାବାଦର ଅଧ୍ୟକ୍ଷ ଅଟନ୍ତି ।

ସେ ଜି.ଡି. ବିର୍ଲା ମେଡିକାଲ ରିସର୍ଚ୍ଚ ଆଣ୍ଡ ଏଜୁକେଶନ ଫାଉଣ୍ଡେସନର ନିର୍ଦ୍ଦେଶକ ଅଟନ୍ତି ।

ସେ ଲଣ୍ଡନ ବିଜନେସ୍ ସ୍କୁଲର ଏସିଆ ପାସିଫିକ୍ ଉପଦେଷ୍ଟା ବୋର୍ଡରେ ସେବାରତ ରହିବା ସହିତ ଲଣ୍ଡନ ବିଜନେସ୍ ସ୍କୁଲର ମାନନୀୟ ଫେଲୋ ଅଟନ୍ତି । 

ଶ୍ରୀ ବିର୍ଲା ରୋଡସ୍ ଇଣ୍ଡିଆ ସ୍କଲାରଶିପ୍ କମିଟିର ଅଧ୍ୟକ୍ଷ ଅଟନ୍ତି ।

ଶ୍ରୀଯୁକ୍ତ ବିର୍ଲାଙ୍କୁ ପ୍ରଦାନ କରାଯାଇଥିବା ସମ୍ମାନ

ନେତୃତ୍ୱ ପ୍ରକ୍ରିୟା ଏବଂ ଅନୁଷ୍ଠାନ/ପ୍ରଣାଳୀ ନିର୍ମାଣ କ୍ଷେତ୍ରରେ ନିଜର ଉଲ୍ଲେଖନୀୟ ଯୋଗଦାନ ପାଇଁ ଶ୍ରୀଯୁକ୍ତ ବିର୍ଲା ସ୍ୱୀକୃତି ପାଇଛନ୍ତି । ବଛା ବଛା ସମ୍ମାନଗୁଡ଼ିକର ଏକ ତାଲିକା:

  • ଇଣ୍ଡିଆ ଟୁଡେର ‘‘ଦି ହାଇ ଏଣ୍ଡ ମାଇଟି - ପାୱାର୍ ଲିଷ୍ଟ 2018’’ରେ ଦ୍ୱିତୀୟ ସ୍ଥାନ”
  • ସିଏନବିସି-ଟିଭି18 - ଆଇବିଏଲ୍ଏ ‘‘ବର୍ଷ 2017ର ଉତ୍କୃଷ୍ଟ ବ୍ୟବସାୟୀ’”
  • ଫ୍ରଷ୍ଟ ଏଣ୍ଡ ସଲିଭାନ୍ - ଜିଆଇଏଲ୍ ଦୂରଦ୍ରଷ୍ଟା ନେତୃତ୍ୱକର୍ତ୍ତା ପୁରସ୍କାର 2* ଏବିଏଲ୍ଏଫ୍ ଗ୍ଲୋବାଲ୍ ଏସିଆନ୍ ପୁରସ୍କାର, 2019
  • ଏମିଟି ୟୁନିଭର୍ସିଟି, ହରିୟାଣା - ‘ଡକ୍ତର ଅଫ୍ ଫିଲୋସୋଫି (ଡି.ଫିଲ୍.) ଅନରିସ୍ କୌଜା, 2019
  • ସିଏନବିସି-ଟିଭି18- ଆଇବିଏଲ୍ଏ ‘ବର୍ଷ 2017ର ଉତ୍କୃଷ୍ଟ ବ୍ୟବସାୟୀ’ 
  • ଫ୍ରଷ୍ଟ ଏଣ୍ଡ ସଲିଭାନ୍ ର ‘ଜିଆଇଏଲ୍ ଦୂରଦ୍ରଷ୍ଟ ନେତୃତ୍ୱକର୍ତ୍ତା ପୁରସ୍କାର’ (ଗ୍ଲୋବାଲ ଇନୋଭେଶନ୍ ଲିଡର୍) 2017
  • ଅନ୍ତର୍ଜାତୀୟ ବିଜ୍ଞାପନ ସଂଘ (IAA)ର ‘ସିଇଓ ଅଫ୍ ଦି ଇୟର୍ ଅୱାର୍ଡ 2016’’ 
  • ମାନନୀୟ ସଦସ୍ୟ ରୂପେ ସାମିଲ- ରୋଟାରୀ କ୍ଲବ୍ ଅଫ୍ ମୁମ୍ବାଇ (ନଭେମ୍ବର 2014)
  • ହେଲୋ ହଲ୍ ଅଫ୍ ଫେମ୍ - ବିଜନେସ୍ ଲିଡର୍ ଅଫ୍ ଦି ଇୟର୍ 2014 (ନଭେମ୍ବର 2014)
  • ୟୁଏସ୍ ଇଣ୍ଡିଆ ବିଜନେସ୍ କାଉନସିଲ୍‌ (USIBC) ‘2014 ଗ୍ଲୋବାଲ ଲିଡରଶିପ୍ ଅୱାର୍ଡ’ 
  •  ‘ବିଜନେସ୍ ଲିଡର୍ ଅଫ୍ ଦି ଇୟର୍’ ଦି ଇକୋନୋମିକ୍ ଟାଇମ୍ସ ଅୱାର୍ଡସ୍ ଫର୍ କର୍ପୋରେଟ୍ ଏକ୍ସଲେନ୍ସ, 2012-13
  •  ଦି ଇକୋନୋମିକ୍ ଟାଇମ୍ସ କର୍ପୋରେଟ୍ ‘କର୍ପୋରେଟ୍ ଇଣ୍ଡିଆ’ରେ 100 ସିଇଓଙ୍କ ନିର୍ଣ୍ଣାୟକ ପାୱାର ଲିଷ୍ଟିଂରେ 4ର୍ଥ ସବୁଠାରୁ ଶକ୍ତିଶାଳୀ ସିଇଓ (2013)ର ମାନ୍ୟତା
  • ଇନ୍ଦୋର ମ୍ୟାନେଜମେଣ୍ଟ ଆସୋସିଏସନର ପୁରସ୍କାର ‘ରାଷ୍ଟ୍ରୀୟ ଭାରତୀୟ ବିଜନେସ୍ ଆଇକନ୍’, 2013
  • ଫୋର୍ବସ୍ ଇଣ୍ଡିଆ ଲିଡରଶିପ୍ ଅୱାର୍ଡ - ଫ୍ଲାଗଶିପ୍ ଅୱାର୍ଡ ‘‘ଏଣ୍ଟ୍ରେପ୍ରିନ୍ୟୋର୍ ଅଫ୍ ଦି ଇୟର୍, 2012’’ 
  • ଏନଡିଟିଭି ପ୍ରଫିଟ୍ ବିଜନେସ୍ ଲିଡରଶିପ୍ ଅୱାର୍ଡସ୍ 2012- ‘ମୋଷ୍ଟ ଇନ୍ସପାୟରିଂ ଲିଡର୍’
  • ବିଶ୍ୱେଶ୍ୱରୈୟା ଟେକ୍ନୋଲୋଜିକାଲ୍ ୟୁନିଭର୍ସିଟି, କର୍ନାଟକ ଦ୍ୱାରା ‘‘ଦେଶରେ ବହୁ-ଶୃଙ୍ଖଳା ଇଞ୍ଜିନିୟରିଂ ବିଚାର ପ୍ରକ୍ରିୟାକୁ ଅନ୍ତର୍ଭୁକ୍ତ କରିଥିବା ମହାନ ଇଞ୍ଜିନିୟରିଂ ଉତ୍ପାଦଗୁଡ଼ିକରେ ଅଗ୍ରଣୀ’’ରେ ତାଙ୍କ ଭୂମିକାକୁ ସ୍ୱୀକୃତି ପ୍ରଦାନ କରାଯାଇ ଡକ୍ଟର ଅଫ୍ ସାଇନ୍ସ (ଅନରିସ୍ କୌଜା)ର ଡିଗ୍ରୀ, 2012, ନାସକମ୍ ର ‘ଗ୍ଲୋବାଲ ବିଜନେସ୍ ଲିଡର୍ ଅୱାର୍ଡ’ 2012
  • ‘ଭାରତକୁ ବିଦେଶରେ ପହଞ୍ଚ ପ୍ରଦାନ କରିବା ପାଇଁ’ ସିଏନବିସି-ଟିଭି18 ଇଣ୍ଡିଆ ବିଜନେସ୍ ଲିଡର୍ ଅୱାର୍ଡ 2012 
  • କନଡେ ନାଷ୍ଟ ଗ୍ଲୋବାଲର ସହଯୋଗୀ କମ୍ପାନୀ କନଡେ ନାଷ୍ଟ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ତରଫରୁ ‘ଜିକ୍ୟୁ ବିଜନେସ୍ ଲିଡର୍ ଅଫ୍ ଦି ଇୟର୍ ଅୱାର୍ଡ - 2011
  • ‘ସବୁଠାରୁ ଅସାଧାରଣ ବ୍ୟବସାୟୀ ଏବଂ ସୂର୍ଯ୍ୟୋଦୟ କ୍ଷେତ୍ର ସମେତ ସର୍ବାଧିକ ବ୍ୟବସାୟକୁ ସଫଳ କରିବା ପାଇଁ’, ‘ସିଏନ୍ଏନ୍-ଆଇବିଏନ୍ ଇଣ୍ଡିଆନ୍ ଅଫ୍ ଦି ଇୟର୍ 2010 - ବିଜନେସ୍’, 2010
  • ଦି ଅଲ୍ ଇଣ୍ଡିଆ ମ୍ୟାନେଜମେଣ୍ଟ ଆସୋସିଏସନ୍ (AIMA)ର, ମ୍ୟାନେଜିଂ ଇଣ୍ଡିଆ ଅୱାର୍ଡସ୍ 2010 ‘ବିଜନେସ୍ ଲିଡର୍ ଅଫ୍ ଦି ଇୟର୍’, 2010
  • ଦି AIMA- ‘ଆରଡି ଟାଟା କର୍ପୋରେଟ୍ ଲିଡରଶିପ୍ ଅୱାର୍ଡ’, 2008
  • ଜି.ଡି. ପନ୍ତ ୟୁନିଭର୍ସିଟି ଅଫ୍ ଏଗ୍ରୀକଲ୍ଚର ଏଣ୍ଡ ଟେକ୍ନୋଲୋଜି ଦ୍ୱାରା ‘ବ୍ୟବସାୟ ପ୍ରଶାସନରେ ତାଙ୍କର ମୂଲ୍ୟବାନ ଅବଦାନକୁ ସ୍ୱୀକୃତି’ ନିମନ୍ତେ ମାନନୀୟ ଡକ୍ଟର ଅଫ୍ ସାଇନ୍ସ (ଅନରିସ୍ କୌଜା) ଡିଗ୍ରୀ, 2008
  • ତାମିଲନାଡୁର ଏସଆରଏମ୍ ୟୁନିଭର୍ସିଟି ତରଫରୁ ‘ପ୍ରଯୁକ୍ତିର ବିକାଶ ଏବଂ ଦେଶକୁ ଉଦ୍ୟୋଗ କ୍ଷେତ୍ରରେ ଅନ୍ୟାନ୍ୟ ଦେଶ ସହିତ ସମକକ୍ଷ କରିବାରେ ଉଦ୍ୟୋଗ କ୍ଷେତ୍ରରେ ସଂଶ୍ଳିଷ୍ଟତା ନିମନ୍ତେ’ ଡକ୍ଟର ଅଫ ଲିଟରେଚର୍ ଡିଗ୍ରୀ, 2008
  • ଦି ଏସିଆ ପାସିଫିକ୍ ଗ୍ଲୋବାଲ ଏଚ୍ଆର୍ ଏକ୍ସଲେନ୍ସ - ‘ଅନୁକରଣୀୟ ନେତା’ ପୁରସ୍କାର 2007
  • ଏନଡିଟିଭି ପ୍ରଫିଟ୍ ଦ୍ୱାରା ତାଙ୍କର ବିଜନେସ୍ ଲିଡର୍ ଅୱାର୍ଡସ୍ ବର୍ଗରେ ‘ଦି ଗ୍ଲୋବାଲ ଇଣ୍ଡିଆନ୍ ଲିଡର୍ ଅଫ୍ ଦି ଇୟର୍’, 2007
  • ଦି ଲକ୍ଷ୍ମୀପତ ସିଂଘାନିଆ - ଆଇଆଇଏମ୍, ଲକ୍ଷ୍ନୌ ‘ନ୍ୟାସନାଲ ଲିଡରଶିପ୍ ଅୱାର୍ଡ, ବିଜନେସ୍ ଲିଡର୍’, 2006
  • ଜୁନ୍ 2006ରେ ମଣ୍ଟେ କାର୍ଲୋ, ମୋନାକୋରେ ଅର୍ନଷ୍ଟ ଏଣ୍ଡ ୟଙ୍ଗ ୱର୍ଲଡ ଏଣ୍ଟ୍ରେପ୍ରିନ୍ୟୋର୍ ଅୱାର୍ଡରେ ଭାରତର ପ୍ରତିନିଧିତ୍ୱ କରିଥିଲେ, ଯେଉଁଠି ତାଙ୍କୁ ‘ଅର୍ନଷ୍ଟ ଏଣ୍ଡ ୟଙ୍ଗ ୱର୍ଲଡ ଏଣ୍ଟ୍ରେପ୍ରିନ୍ୟୋର୍ ଅଫ୍ ଦି ଇୟର୍ ଏକାଡେମୀର ସଦସ୍ୟ’ ରୂପେ ସାମିଲ କରାଗଲା 
  • ‘ଦି ଅର୍ନଷ୍ଟ ଏଣ୍ଡ ୟଙ୍ଗ ଏଣ୍ଟ୍ରେପ୍ରିନ୍ୟୋର୍ ଅଫ୍ ଦି ଇୟର୍’ ପୁରସ୍କାର, 2005
  • ବିଜନେସ୍ ଟୁଡେ ଦ୍ୱାରା ‘ସିଇଓ ବର୍ଗରେ ୟଙ୍ଗ୍ ସୁପର ପରଫର୍ମର୍’ ପୁରସ୍କାର, 2005
  • ବିଶ୍ୱ ଅର୍ଥନୈତିକ ମଞ୍ଚ (ଡାଭୋସ୍)ରେ ଅନ୍ୟତମ ‘ୟଙ୍ଗ୍ ଗ୍ଲୋବାଲ୍ ଲିଡର୍ସ’ ଭାବେ ମନୋନୀତ, 2004
  • ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଦ୍ୱାରା ‘ଡି.ଲିଟ୍ (ଅନରିସ୍ କୌଜା) ଡିଗ୍ରୀ, 2004
  • ଅଲ୍ ଇଣ୍ଡିଆ ମ୍ୟାନେଜମେଣ୍ଟ ଆସୋସିଏସନ୍ ଦ୍ୱାରା ‘ଅନରାରୀ ଫେଲୋଶିପ୍’, 2004
  • ‘ଦି ବିଜନେସ୍ ଲିଡର୍ ଅଫ୍ ଦି ଇୟର୍’, ଦି ଇକୋନୋମିକ୍ ଟାଇମ୍ସ ଅୱାର୍ଡସ୍ ଫର୍ କର୍ପୋରେଟ୍ ଏକ୍ସଲେନ୍ସ 2002-2003
  • ବିଜନେସ୍ ଇଣ୍ଡିଆ ଦ୍ୱାରା ‘ବିଜନେସମ୍ୟାନ୍ ଅଫ୍ ଦି ଇୟର୍-2003’
  • ମୁମ୍ବାଇ ପ୍ରଦେଶ ଯୁବ କଂଗ୍ରେସ୍ ଦ୍ୱାରା ‘ବ୍ୟବସାୟ ଉତ୍କର୍ଷ ଏବଂ ଦେଶ ପ୍ରତି ତାଙ୍କର ଅବଦାନ’ ପାଇଁ ରାଜୀବ ଗାନ୍ଧୀ ପୁରସ୍କାର, 2001
  • ଦି ନ୍ୟାସନାଲ ଏଚ୍ଆରଡି ନେଟୱର୍କ, ‘ଦି ଆଉଟଷ୍ଟାଣ୍ଡିଂ ବିଜନେସମ୍ୟାନ୍ ଅଫ୍ ଦି ଇୟର୍’, 2001
  • ଦି ଇନଷ୍ଟିଚ୍ୟୁଟ୍ ଅଫ୍ ଡାଇରେକ୍ଟର୍ସର ‘ବିଜନେସ୍ ଲିଡରଶିପ୍ ପାଇଁ ଗୋଲଡେନ୍ ପିକକ୍ ନ୍ୟାସନାଲ ଅୱାର୍ଡ’, 2001
  • ହିନ୍ଦୁସ୍ତାନ ଟାଇମ୍ସ, ‘ଦି ବିଜନେସମ୍ୟାନ୍ ଅଫ୍ ଦି ଇୟର୍’, 2001
  • ଦିନ ବମ୍ବେ ମ୍ୟାନେଜମେଣ୍ଟ ଆସୋସିଏସନ୍- ‘ଦି ମ୍ୟାନେଜମେଣ୍ଟ ମ୍ୟାନ୍ ଅଫ୍ ଦି ଇୟର୍ 1999-2000’
  • ‘କର୍ପୋରେଟ୍ ଫାଇନାନ୍ସର 10 ସୁପରଷ୍ଟାର୍ ମାନଙ୍କ ମଧ୍ୟରୁ ଅନ୍ୟତମ’ - ଗ୍ଲୋବାଲ୍ ଫାଇନାନ୍ସ, 1998
  • ‘ଭାରତର ଶୀର୍ଷ 10 ସବୁଠାରୁ ପ୍ରଶଂସିତ ଓ ସମ୍ମାନିତ ସିଇଓ ଏବଂ ଆସନ୍ତା ଶତାବ୍ଦୀର ଶୀର୍ଷ ସିଇଓମାନଙ୍କ ମଧ୍ୟରୁ ଅନ୍ୟତମ’, ବିଜନେସ୍ ୱର୍ଲଡ୍ 1998 017
  • ଅନ୍ତର୍ଜାତୀୟ ବିଜ୍ଞାପନ ସଂଘ (IAA)ର ‘‘ସିଇଓ ଅଫ୍ ଦି ଇୟର୍ ପୁରସ୍କାର 2016’’
  •  ମାନନୀୟ ସଦସ୍ୟ ରୂପେ ସାମିଲ- ରୋଟାରୀ କ୍ଲବ୍ ଅଫ୍ ମୁମ୍ବାଇ (ନଭେମ୍ବର 2014)
  • ହେଲୋ ହଲ୍ ଅଫ୍ ଫେମ୍ - ବିଜନେସ୍ ଲିଡର୍ ଅଫ୍ ଦି ଇୟର୍ 2014 (ନଭେମ୍ବର 2014)
  • ୟୁଏସ୍ ଇଣ୍ଡିଆ ବିଜନେସ୍ କାଉନସିଲ୍‌ (USIBC) ‘2014 ଗ୍ଲୋବାଲ ଲିଡରଶିପ୍ ଅୱାର୍ଡ’ 
  •  ‘ବିଜନେସ୍ ଲିଡର୍ ଅଫ୍ ଦି ଇୟର୍’ ଦି ଇକୋନୋମିକ୍ ଟାଇମ୍ସ ଅୱାର୍ଡସ୍ ଫର୍ କର୍ପୋରେଟ୍ ଏକ୍ସଲେନ୍ସ, 2012-13
  •  ଦି ଇକୋନୋମିକ୍ ଟାଇମ୍ସ କର୍ପୋରେଟ୍ ‘କର୍ପୋରେଟ୍ ଇଣ୍ଡିଆ’ରେ 100 ସିଇଓଙ୍କ ନିର୍ଣ୍ଣାୟକ ପାୱାର ଲିଷ୍ଟିଂରେ 4ର୍ଥ ସବୁଠାରୁ ଶକ୍ତିଶାଳୀ ସିଇଓ (2013)ର ମାନ୍ୟତା
  • ଇନ୍ଦୋର ମ୍ୟାନେଜମେଣ୍ଟ ଆସୋସିଏସନର ପୁରସ୍କାର ‘ରାଷ୍ଟ୍ରୀୟ ଭାରତୀୟ ବିଜନେସ୍ ଆଇକନ୍’, 2013
  • ଫୋର୍ବସ୍ ଇଣ୍ଡିଆ ଲିଡରଶିପ୍ ଅୱାର୍ଡ - ଫ୍ଲାଗଶିପ୍ ଅୱାର୍ଡ ‘‘ଏଣ୍ଟ୍ରେପ୍ରିନ୍ୟୋର୍ ଅଫ୍ ଦି ଇୟର୍, 2012’’
  • ଏନଡିଟିଭି ପ୍ରଫିଟ୍ ବିଜନେସ୍ ଲିଡରଶିପ୍ ଅୱାର୍ଡସ୍ 2012- ‘ମୋଷ୍ଟ ଇନ୍ସପାୟରିଂ ଲିଡର୍’”
  • ବିଶ୍ୱେଶ୍ୱରୈୟା ଟେକ୍ନୋଲୋଜିକାଲ୍ ୟୁନିଭର୍ସିଟି, କର୍ନାଟକ ଦ୍ୱାରା ‘‘ଦେଶରେ ବହୁ-ଶୃଙ୍ଖଳା ଇଞ୍ଜିନିୟରିଂ ବିଚାର ପ୍ରକ୍ରିୟାକୁ ଅନ୍ତର୍ଭୁକ୍ତ କରିଥିବା ମହାନ ଇଞ୍ଜିନିୟରିଂ ଉତ୍ପାଦଗୁଡ଼ିକରେ ଅଗ୍ରଣୀ’’ରେ ତାଙ୍କ ଭୂମିକାକୁ ସ୍ୱୀକୃତି ପ୍ରଦାନ କରାଯାଇ ଡକ୍ଟର ଅଫ୍ ସାଇନ୍ସ (ଅନରିସ୍ କୌଜା)ର ଡିଗ୍ରୀ, 2012 
  • ନାସକମ୍ ର ‘ଗ୍ଲୋବାଲ ବିଜନେସ୍ ଲିଡର୍ ଅୱାର୍ଡ’ 2012
  • କନଡେ ନାଷ୍ଟ ଗ୍ଲୋବାଲର ସହଯୋଗୀ କମ୍ପାନୀ କନଡେ ନାଷ୍ଟ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ତରଫରୁ ‘ଜିକ୍ୟୁ ବିଜନେସ୍ ଲିଡର୍ ଅଫ୍ ଦି ଇୟର୍ ଅୱାର୍ଡ - 2011
  • ‘ସବୁଠାରୁ ଅସାଧାରଣ ବ୍ୟବସାୟୀ ଏବଂ ସୂର୍ଯ୍ୟୋଦୟ କ୍ଷେତ୍ର ସମେତ ସର୍ବାଧିକ ବ୍ୟବସାୟକୁ ସଫଳ କରିବା ପାଇଁ’, ‘ସିଏନ୍ଏନ୍-ଆଇବିଏନ୍ ଇଣ୍ଡିଆନ୍ ଅଫ୍ ଦି ଇୟର୍ 2010 - ବିଜନେସ୍’, 2010
  • ଦି ଅଲ୍ ଇଣ୍ଡିଆ ମ୍ୟାନେଜମେଣ୍ଟ ଆସୋସିଏସନ୍ (AIMA)ର, ମ୍ୟାନେଜିଂ ଇଣ୍ଡିଆ ଅୱାର୍ଡସ୍ ‘ବିଜନେସ୍ ଲିଡର୍ ଅଫ୍ ଦି ଇୟର୍’, 2010
  • ଦି AIMA- ‘ଆରଡି ଟାଟା କର୍ପୋରେଟ୍ ଲିଡରଶିପ୍ ଅୱାର୍ଡ’, 2008
  • ଜି.ଡି. ପନ୍ତ ୟୁନିଭର୍ସିଟି ଅଫ୍ ଏଗ୍ରୀକଲ୍ଚର ଏଣ୍ଡ ଟେକ୍ନୋଲୋଜି ଦ୍ୱାରା ‘ବ୍ୟବସାୟ ପ୍ରଶାସନରେ ତାଙ୍କର ମୂଲ୍ୟବାନ ଅବଦାନକୁ ସ୍ୱୀକୃତି’ ନିମନ୍ତେ ମାନନୀୟ ଡକ୍ଟର ଅଫ୍ ସାଇନ୍ସ (ଅନରିସ୍ କୌଜା) ଡିଗ୍ରୀ, 2008
  • ତାମିଲନାଡୁର ଏସଆରଏମ୍ ୟୁନିଭର୍ସିଟି ତରଫରୁ ‘ପ୍ରଯୁକ୍ତିର ବିକାଶ ଏବଂ ଦେଶକୁ ଉଦ୍ୟୋଗ କ୍ଷେତ୍ରରେ ଅନ୍ୟାନ୍ୟ ଦେଶ ସହିତ ସମକକ୍ଷ କରିବାରେ ଉଦ୍ୟୋଗ କ୍ଷେତ୍ରରେ ସଂଶ୍ଳିଷ୍ଟତା ନିମନ୍ତେ’ ଡକ୍ଟର ଅଫ ଲିଟରେଚର୍ ଡିଗ୍ରୀ, 2008
  • ଦି ଏସିଆ ପାସିଫିକ୍ ଗ୍ଲୋବାଲ ଏଚ୍ଆର୍ ଏକ୍ସଲେନ୍ସ - ‘ଅନୁକରଣୀୟ ନେତା’ ପୁରସ୍କାର 2007
  • ଏନଡିଟିଭି ପ୍ରଫିଟ୍ ଦ୍ୱାରା ତାଙ୍କର ବିଜନେସ୍ ଲିଡର୍ ଅୱାର୍ଡସ୍ ବର୍ଗରେ ‘ଦି ଗ୍ଲୋବାଲ ଇଣ୍ଡିଆନ୍ ଲିଡର୍ ଅଫ୍ ଦି ଇୟର୍’, 2007
  • ଜୁନ୍ 2006ରେ ମଣ୍ଟେ କାର୍ଲୋ, ମୋନାକୋରେ ଅର୍ନଷ୍ଟ ଏଣ୍ଡ ୟଙ୍ଗ ୱର୍ଲଡ ଏଣ୍ଟ୍ରେପ୍ରିନ୍ୟୋର୍ ଅୱାର୍ଡରେ ଭାରତର ପ୍ରତିନିଧିତ୍ୱ କରିଥିଲେ, ଯେଉଁଠି ତାଙ୍କୁ ‘ଅର୍ନଷ୍ଟ ଏଣ୍ଡ ୟଙ୍ଗ ୱର୍ଲଡ ଏଣ୍ଟ୍ରେପ୍ରିନ୍ୟୋର୍ ଅଫ୍ ଦି ଇୟର୍ ଏକାଡେମୀର ସଦସ୍ୟ’ ରୂପେ ସାମିଲ କରାଗଲା 
  • ‘ଦି ଅର୍ନଷ୍ଟ ଏଣ୍ଡ ୟଙ୍ଗ ଏଣ୍ଟ୍ରେପ୍ରିନ୍ୟୋର୍ ଅଫ୍ ଦି ଇୟର୍’ ପୁରସ୍କାର, 2005
  • ବିଜନେସ୍ ଟୁଡେ ଦ୍ୱାରା ‘ସିଇଓ ବର୍ଗରେ ୟଙ୍ଗ୍ ସୁପର ପରଫର୍ମର୍’ ପୁରସ୍କାର, 2005
  • ବିଶ୍ୱ ଅର୍ଥନୈତିକ ମଞ୍ଚ (ଡାଭୋସ୍)ରେ ଅନ୍ୟତମ ‘ୟଙ୍ଗ୍ ଗ୍ଲୋବାଲ୍ ଲିଡର୍ସ’ ଭାବେ ମନୋନୀତ, 2004
  • ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଦ୍ୱାରା ‘ଡି.ଲିଟ୍ (ଅନରିସ୍ କୌଜା) ଡିଗ୍ରୀ, 2004
  • ଅଲ୍ ଇଣ୍ଡିଆ ମ୍ୟାନେଜମେଣ୍ଟ ଆସୋସିଏସନ୍ ଦ୍ୱାରା ‘ଅନରାରୀ ଫେଲୋଶିପ୍’, 2004
  • ଦି ବିଜନେସ୍ ଲିଡର୍ ଅଫ୍ ଦି ଇୟର୍’, ଦି ଇକୋନୋମିକ୍ ଟାଇମ୍ସ ଅୱାର୍ଡସ୍ ଫର୍ କର୍ପୋରେଟ୍ ଏକ୍ସଲେନ୍ସ 2002-2003
  • ବିଜନେସ୍ ଇଣ୍ଡିଆ ଦ୍ୱାରା ‘ବିଜନେସମ୍ୟାନ୍ ଅଫ୍ ଦି ଇୟର୍-2003’
  • ମୁମ୍ବାଇ ପ୍ରଦେଶ ଯୁବ କଂଗ୍ରେସ୍ ଦ୍ୱାରା ‘ବ୍ୟବସାୟ ଉତ୍କର୍ଷ ଏବଂ ଦେଶ ପ୍ରତି ତାଙ୍କର ଅବଦାନ’ ପାଇଁ ରାଜୀବ ଗାନ୍ଧୀ ପୁରସ୍କାର, 2001
  • ଦି ନ୍ୟାସନାଲ ଏଚ୍ଆରଡି ନେଟୱର୍କ, ‘ଦି ଆଉଟଷ୍ଟାଣ୍ଡିଂ ବିଜନେସମ୍ୟାନ୍ ଅଫ୍ ଦି ଇୟର୍’, 2001
  • ଦି ଇନଷ୍ଟିଚ୍ୟୁଟ୍ ଅଫ୍ ଡାଇରେକ୍ଟର୍ସର ‘ବିଜନେସ୍ ଲିଡରଶିପ୍ ପାଇଁ ଗୋଲଡେନ୍ ପିକକ୍ ନ୍ୟାସନାଲ ଅୱାର୍ଡ’, 2001
  • ହିନ୍ଦୁସ୍ତାନ ଟାଇମ୍ସ, ‘ଦି ବିଜନେସମ୍ୟାନ୍ ଅଫ୍ ଦି ଇୟର୍’, 2001
  • ଦିନ ବମ୍ବେ ମ୍ୟାନେଜମେଣ୍ଟ ଆସୋସିଏସନ୍- ‘ଦି ମ୍ୟାନେଜମେଣ୍ଟ ମ୍ୟାନ୍ ଅଫ୍ ଦି ଇୟର୍ 1999-2000’
  • ‘କର୍ପୋରେଟ୍ ଫାଇନାନ୍ସର 10 ସୁପରଷ୍ଟାର୍ ମାନଙ୍କ ମଧ୍ୟରୁ ଅନ୍ୟତମ’ - ଗ୍ଲୋବାଲ୍ ଫାଇନାନ୍ସ, 1998
  • ‘ଭାରତର ଶୀର୍ଷ 10 ସବୁଠାରୁ ପ୍ରଶଂସିତ ଓ ସମ୍ମାନିତ ସିଇଓ ଏବଂ ଆସନ୍ତା ଶତାବ୍ଦୀର ଶୀର୍ଷ ସିଇଓମାନଙ୍କ ମଧ୍ୟରୁ ଅନ୍ୟତମ’, ବିଜନେସ୍ ୱର୍ଲଡ୍ 1998 

ବ୍ୟବସାୟରୁ ଆଗକୁ: ସମାଜର ଉପେକ୍ଷିତ ବର୍ଗଙ୍କ ନିକଟରେ ପହଞ୍ଚିବା

ଟ୍ରଷ୍ଟିଶିପ୍ ଅବଧାରଣାର ଜଣେ ଦୃଢ଼ ଅଭ୍ୟାସୀ, ଶ୍ରୀ ବିର୍ଲା ଆଦିତ୍ୟ ବିର୍ଲା ସମୂହରେ ଯତ୍ନ ଓ ଦାନର ଅବଧାରଣାକୁ ଆନୁଷ୍ଠାନିକ ସ୍ୱରୂପ ପ୍ରଦାନ କରିଛନ୍ତି । ତାଙ୍କ ନିର୍ଦ୍ଦେଶ ଅନୁରୂପ, ଏହି ସମୂହ କଲ୍ୟାଣର ଭାବନା ସହିତ ସଞ୍ଚାଳିତ ଅନେକ ସାର୍ଥକ ଗତିବିଧିରେ ସଂଶ୍ଳିଷ୍ଟ ରହିଛି ଯାହା ଭାରତ, ଥାଇଲାଣ୍ଡ, ଇଣ୍ଡୋନେସିଆ, ଫିଲିପିନ୍ସ ଏବଂ ଇଜିପ୍ଟର ସବୁଠାରୁ ଦରିଦ୍ର ସହସ୍ରାଧିକ ଗ୍ରାମ ଓ ଆଖବାଖରେ ବସବାସ କରୁଥିବା ସମାଜର ଦୁର୍ବଳ ଶ୍ରେଣୀର ଜୀବନର ଗୁଣମାନକୁ ବିଶେଷ ରୂପେ ପ୍ରଭାବିତ କରିଥାଏ ।

ଶ୍ରୀ ବିର୍ଲାଙ୍କ ନେତୃତ୍ୱ ଅଧୀନରେ, ସମୂହର କର୍ପୋରେଟ୍ ସାମାଜିକ ଦାୟିତ୍ୱ (CSR) ପାଖାପାଖି ₹250 କୋଟି ଅଟେ ।

ଭାରତରେ, ଆଦିତ୍ୟ ବିର୍ଲା ଗ୍ରୁପ୍ 5,000 ଗ୍ରାମରେ ସଂଶ୍ଳିଷ୍ଟ ରହିଛି ତଥା ବାର୍ଷିକ 75 ଲକ୍ଷ ଲୋକଙ୍କ ନିକଟରେ ପହଞ୍ଚି ସ୍ୱାସ୍ଥ୍ୟସେବା, ଶିକ୍ଷା, ସହନୀୟ ଜୀବିକା, ଭିତ୍ତିଭୂମି ଏବଂ ସାମାଜିକ କାରଣ ଉପରେ ଧ୍ୟାନ କେନ୍ଦ୍ରିତ କରି ସଞ୍ଚାଳିତ କରାଯାଉଥିବା ସୁପରିକଳ୍ପିତ ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ସେମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିପାରୁଛି । ଉଦାହରଣସ୍ୱରୂପ, ସମୂହ 56ଟି ସ୍କୁଲର ପରିଚାଳନା କରୁଛି ଯାହା 45,000 ଜଣ ଶିଶୁଙ୍କୁ ଗୁଣବତ୍ତାପୂର୍ଣ୍ଣ ଶିକ୍ଷା ପ୍ରଦାନ କରିଥାଏ । ଏମାନଙ୍କ ମଧ୍ୟରୁ, ଉପେକ୍ଷିତ ବର୍ଗର 18,000 ଶିଶୁ ମାଗଣାରେ ଶିକ୍ଷା ପ୍ରାପ୍ତ କରିଥାନ୍ତି । ଅତିରିକ୍ତ ଭାବେ, ସେତୁ ଶିକ୍ଷା କାର୍ଯ୍ୟକ୍ରମ ଏବଂ ଧନ୍ଦାମୂଳକ ପ୍ରଶିକ୍ଷଣ ମାଧ୍ୟମରେ 100,000ରୁ ଅଧିକ ଯୁବଗୋଷ୍ଠୀ ଲାଭାନ୍ୱିତ ହେଉଛନ୍ତି । ଏହାର 22 ଗୋଟି ଚିକିତ୍ସାଳୟ ଦଶ ଲକ୍ଷରୁ ଅଧିକ ଗ୍ରାମବାସୀଙ୍କୁ ସେବା ପ୍ରଦାନ କରୁଛନ୍ତି । ସହନୀୟ ବିକାଶ ପ୍ରତି ଏହାର ପ୍ରତିବଦ୍ଧତା ଅନୁରୂପ, ସମୂହ ମୁମ୍ବାଇରେ କଲମ୍ବିଆ ଗ୍ଲୋବାଲ୍ ସେଣ୍ଟର ପୃଥିବୀ ଅନୁଷ୍ଠାନ ସ୍ଥାପନ ପାଇଁ କଲମ୍ବିଆ ୟୁନିଭର୍ସିଟି ସହିତ ଭାଗିଦାରୀ କରିଛି ।  ସଂଗଠନଗୁଡ଼ିକରେ CSRକୁ ଅନ୍ତଃସ୍ଥାପିତ କରିବା ପାଇଁ କମ୍ପାନୀ ଦିଲ୍ଲୀରେ FICCI - ଆଦିତ୍ୟ ବିର୍ଲା ସିଏସ୍ଆର୍ ସେଣ୍ଟର ଫର୍ ଏକ୍ସଲେନ୍ସର ପ୍ରତିଷ୍ଠା କରିଛି ।

ଶିକ୍ଷାଗତ ପୃଷ୍ଠଭୂମି

ମୁମ୍ବାଇ ବିଶ୍ୱବିଦ୍ୟାଳୟର ଜଣେ ବାଣିଜ୍ୟ ସ୍ନାତକ, ଶ୍ରୀ ବିର୍ଲା ଜଣେ ଚାର୍ଟାର୍ଡ ଏକାଉଣ୍ଟାଣ୍ଟ ଅଟନ୍ତି । ସେ ଲଣ୍ଡନ ବିଜନେସ୍ ସ୍କୁଲରୁ ଏମ୍.ବି.ଏ. କରିଥିଲେ ।

ବ୍ୟକ୍ତିଗତ ବିବରଣୀ

ଶ୍ରୀ ବିର୍ଲାଙ୍କ ଜନ୍ମ ଜୁନ୍ 14, 1967ରେ କୋଲକାତାରେ ହୋଇଥିଲା । ତାଙ୍କର ପାଳନପୋଷଣ ମୁମ୍ବାଇରେ ହେଲା । ଶ୍ରୀଯୁକ୍ତ ବିର୍ଲା ଓ ତାଙ୍କର ସହଧର୍ମିଣୀ ଶ୍ରୀମତୀ ନୀରଜା ବିର୍ଲାଙ୍କ ତିନିଟି ସନ୍ତାନ ଅଛନ୍ତି, ଅନନ୍ୟାଶ୍ରୀ, ଆର୍ଯ୍ୟମାନ ବିକ୍ରମ ଏବଂ ଅଦ୍ୱୈତଶା ।

ସାମାଜିକ ଫିଡ୍ |

Tweets by @UltraTechCement

ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ